(ET Bureau): କଥା କଥାକେ ଲୋକେ କହନ୍ତି, ଲଙ୍କାରେ କାଳେ ସୁନା ଶସ୍ତା ! ହେଲେ ଲଙ୍କା ଯାଇଛି କିଏ ନା ଆଣିଛି କିଏ ! ଲଙ୍କା ବୋଇଲେ, ଶ୍ରୀଲଙ୍କା । ଏହି ଲୋକକଥାଟି ସେତେବେଳର, ଯେତେବେଳେ କି ଶ୍ରୀଲଙ୍କା ଯିବା ସାତ ସପନ ଥିଲା । କିନ୍ତୁ ଏବେ ସାରା ବିଶ୍ବ ଗୋଟେ ଗାଁ ଭଳି ଲାଗୁଛି । Technology ଏବଂ ଯୋଗାଯୋଗ କ୍ଷେତ୍ରରେ Technologyର ସ୍ବତନ୍ତ୍ର ବ୍ୟବହାର, ବିଶ୍ବକୁ ଆମ୍ଭମାନଙ୍କ ପାଇଁ ଗାଁଟିଏ କରିଦେଇଛି । ଗୋଟିଏ ମୁହୁର୍ତ୍ତ ଲାଗୁନି, ବିଶ୍ବର କୋଣ ଅନୁକୋଣରେ ଯାହା କିଛି ଘଟୁଛି, ଆମକୁ ଜାଣିବାକୁ । ଏଇ ଯେମିତି ଏବେର ଯୁଦ୍ଧ ଖବର । ଯୁଦ୍ଧର ଟିକିନିଖି ଖବର ପରଷିବାରେ ଭାରତର ଗୋଦି ମିଡିଆ କିଛି କମ ପରିଶ୍ରମ କରୁନି ! ଇରାନର ଶକ୍ତି ଓ ସାମର୍ଥ୍ୟକୁ ଯେତେ ନୀଚ୍ଚା କରି ଦେଖାଇ ହେବ, ସେଥିପାଇଁ ଗୋଦି ମିଡିଆ କିଛି କମ ପରିଶ୍ରମ କରୁନି ! ବିଦେଶୀ ମିଡିଆ ବି କିଛି କମ ପଛରେ ନାହିଁ ! ସିଏ ବି ପକ୍ଷପାତ କରିବାରେ ତିଳେ ମାତ୍ର ହେଳା କରୁନି !…
() ରୁଷିଆ-ୟୁକ୍ରେନ ଯୁଦ୍ଧ ବେଳେ କିଛି ଭାରତୀୟ ଗଣମାଧ୍ୟମ ପ୍ରତିନିଧି ସେଠାକୁ ଯାଇ Ground Reporting କରିଛନ୍ତି । ହେଲେ ଇରାନ ଓ ଇସ୍ରାଏଲ-ଆମେରିକା ଯୁଦ୍ଧ Cover କରିବାକୁ କେହି ଜଣେ ବି ଯାଇ ନାହାଁନ୍ତି । କିନ୍ତୁ Screenରେ Ground Reportingଠାରୁ କିଛି କମ କରୁ ନାହାଁନ୍ତି । ଯୁଦ୍ଧର ପ୍ରଭାବରେ ପ୍ରଭାବିତ ହୋଇ ସାଧାରଣ ଲୋକେ ଧାଡ଼ିରେ ଠିଆ ହେଲେଣି, କିନ୍ତୁ କୌଣସି ଟିଭି ମିଡିଆରେ ତାକୁ ନେଇ ଆଲୋଚନା ନାହିଁ । ତେଣୁ ଏହିଠାରୁ ଜାଣନ୍ତୁ, ଯୁଦ୍ଧକୁ ନେଇ ଏମାନେ କେତେ ସତ, ଆଉ କେତେ ମିଛ ଖବର ଆପଣମାନଙ୍କୁ ଦେଖାଉଛନ୍ତି ।…
() ଏଠି ଗୋଦି ମିଡିଆ କଥା ଖାଲି କାହିଁକି କହିବା, ବିଦେଶୀ ମିଡିଆ ବି ସେହି ଭୂମିକାକୁ ଚାଲି ଆସିଲାଣି । ଇସ୍ରାଏଲ ଓ ଆମେରିକା ମିଶିକରି ଇରାନ ବିରୋଧରେ ଲଢୁଛନ୍ତି, କିନ୍ତୁ ଆମେରିକାର ପ୍ରମୁଖ ଟିଭି ମିଡିଆ CNNକୁ ଇସ୍ରାଏଲରେ ପ୍ରବେଶ ଅନୁମତି ଦିଆଯାଇନି । ଇସ୍ରାଏଲ ମିଡିଆକୁ ବି ସେଠାକାର ସରକାର ଡରାଇ, ଧମକାଇ ଦବାଇ ରଖିଛନ୍ତି । ଅବଶ୍ୟ ଏହି ଯୁଦ୍ଧ ବେଳେ ଟ୍ରମ୍ପଙ୍କ ଚର୍ଚ୍ଚିଲ ମନ୍ତବ୍ୟ ପାଇଁ ଆମେରିକା ଓ ବ୍ରିଟେନ ମଧ୍ୟରେ ସମ୍ପର୍କ ଟିକେ ଫିକା ହୋଇଯାଇଛି, ତଥାପି ପୂରା ସତ ଏବଂ ସଠିକ ଦେଖାଇବାକୁ କିମ୍ବା କହିବାକୁ BBCର ବି ସତସାହସ ହେଉନି । ଏଭଳି ସ୍ଥିତିରେ Aljazeeraଠାରୁ କିଛି ଭଲ ଆଶା କରା ଯାଉଥିବ ବୋଲି ଆପଣ ଭାବୁଥିବେ ! କିନ୍ତୁ ଆମେରିକା ପାଇଁ ପରା କାତାର ଉପରେ ଇରାନ ଆକ୍ରମଣ କରୁଛି । ତେଣୁ କତାର ସରକାରଙ୍କ ହାତମୁଠାରେ ଥିବା Aljazeera ମଧ୍ୟ ଯୁଦ୍ଧକୁ ନେଇ ସେତେଟା ସଠିକ ତଥ୍ୟ ଆଧାରିତ ଖବର ଦେଖାଉନି ।…
() କେହି କହିପାରନ୍ତି, ଏହା କେମିତି ହେଉଛି ? ଏସବୁ ଉପର ବର୍ଣ୍ଣିତ ଗଣମାଧ୍ୟମ ସଂସ୍ଥାର Websiteରେ ଯୁଦ୍ଧ ସଂକ୍ରାନ୍ତ ଖବରକୁ ଦେଖିଲେ ଏହାର ଉତ୍ତର ଅନେକାଂଶରେ ପାଇଯିବେ । Information ଅନେକ ମାତ୍ରାରେ Vary କରୁଛି । କାହିଁକି ନା… ଆପଣ ଦେଖୁ ନାହାଁନ୍ତି, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବଞ୍ଚିଛନ୍ତି କି ନାହିଁ, ତାକୁ ନେଇ ସାରା ବିଶ୍ବ ଅନ୍ଧାରରେ । ଗତବର୍ଷ ଜୁନ ମାସ ଯୁଦ୍ଧ ବେଳେ ନେତାନ୍ୟାହୁଙ୍କୁ ଯୁଦ୍ଧକ୍ଷେତ୍ରଠାରୁ ଆରମ୍ଭ କରି ହସ୍ପିଟାଲ ସବୁଠି ଦେଖିବାକୁ ମିଳୁଥିଲା । ଏବେ କେବଳ ସେ ତାଙ୍କ X-Handleରେ ଉପଲବ୍ଧ । କେଉଁଥିରେ ୬ ଆଙ୍ଗୁଠି ତ ପୁଣି କେଉଁଥିରେ କଫି ପିଇବା ବେଳେ ଦୁଇ ହାତରେ ୫-୫ ଆଙ୍ଗୁଠି ଅଛି ବୋଲି ଦେଖାଉଛନ୍ତି । ଥରେ ପିଇବା ପରେ ବି କପରେ କଫି ଅପରିବର୍ତ୍ତିତ ରହୁଛି । Coat ପକେଟରେ ହାତ ପୂରାଇଲେ ବି Coat ହଲୁନି । ପୁଣି କେତେବେଳେ ବାମ ହାତ ମୁଦ୍ରିକା ଅଙ୍ଗୁଠିରେ ମୁଦି ଥିବା ଦେଖାଯାଉଛି ତ, ଟିକେ ହାତ ଉପରକୁ ଉଠାଇଲେ ଅଦୃଶ୍ୟ ହୋଇଯାଉଛି । Grok ବି ଏସବୁ ଭିଡିଓ ମଧ୍ୟରୁ ୨ଟିକୁ Deepfake ବୋଲି କହି ସାରିଲାଣି । ଇରାନ କିନ୍ତୁ କହି ଚାଲିଛି, ନେତାନ୍ୟାହୁ ନାହାଁନ୍ତି । ହେଲେ ଇସ୍ରାଏଲ ଏହାକୁ ଖଣ୍ଡନ କରି ଚାଲିଥିବା ବେଳେ ଆମେରିକା ମୁହଁରୁ କିନ୍ତୁ ଉଁ ଚୁଁ କିଛି ଶୁଣିବାକୁ ମିଳୁନି ।…
() ନେତାନ୍ୟାହୁଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଲାଗି ରହିଥିବା ବେଳେ ଟ୍ରମ୍ପ କହିଲେଣି, ଇସ୍ରାଏଲର ମିସାଇଲ ମାଡ଼ରେ ଇରାନର Supreme National Security Council, SNSC ମୁଖ୍ୟ ଅଲ୍ଲୀ ଲାରିଜେନି କାଳେ ମରି ସାରିଲେଣି । ଆଉ ଯଦି ମରି ନଥିବେ, ତେବେ ଗୋଟେ କିମ୍ବା ୨ଟା ଯାକ ଗୋଡ଼ ହରାଇଥିବେ । ଯାହାକୁ ପ୍ରଥମେ ଦୃଢ଼ ଭାବେ ଖଣ୍ଡନ କରୁଥିବା ଇରାନ ପରେ ନିଶ୍ଚିତ କରାଇଛି । ଇସ୍ରାଏଲ ଓ ଆମେରିକା ଆକ୍ରମଣ ଆରମ୍ଭର ପ୍ରଥମ ମୁହୂର୍ତ୍ତରୁ ନିଜର ସୁପ୍ରିମ ଲିଡର୍ ଖାମିନେଇଙ୍କୁ ହରାଇଥିବା ସ୍ବୀକାର କରିଥିବା ଇରାନ, ଏବେ ସୁପ୍ରିମ ନାସନାଲ୍ ସିକ୍ୟୁରିଟି କାଉନସିଲ୍ ମୁଖ୍ୟ ଅଲ୍ଲୀ ଲାରିଜେନିଙ୍କ ମୃତ୍ୟୁକୁ ସ୍ବୀକାର କରିଛି । କିନ୍ତୁ ନେତାନ୍ୟାହୁଙ୍କୁ ନେଇ ନା ଇସ୍ରାଏଲ୍, ନା ଆମେରିକା, ନା କୌଣସି ଗଣମାଧ୍ୟମ… କେହି ସନ୍ଦେହର ପରଦା ହଟାଇ ପାରୁନାହାଁନ୍ତି ।…
() ଆୟାତୋଲ୍ଲା ଅଲ୍ଲୀ ଖାମିନେଇଙ୍କ ମୃତ୍ୟୁ ପରେ, ତାଙ୍କ ପୁଅ ମୁଜତାବା ଖାମିନେଇ ଇରାନର ସୁପ୍ରିମ ଲିଡର ହୋଇଛନ୍ତି । କିନ୍ତୁ ଏଯାଏଁ ସେ ପବ୍ଲିକ ସାମ୍ନାକୁ ଆସି ନାହାଁନ୍ତି । ଏସବୁ ଭିତରେ ଟ୍ରମ୍ପ ଦାବି କରି ସାରଲାଣି, ଜୁନିଅର ଖାମିନେଇ କାଳେ ଇସ୍ରାଏଲର ମିସାଇଲ୍ ମାଡ଼ରେ ପ୍ରାଣ ହରାଇଛନ୍ତି । ‘ଆଉ ଯଦି ମରି ନଥିବେ, ତେବେ ଗୋଟେ କିମ୍ବା ଦୁଇଟା ଯାକ ଗୋଡ଼ ହରାଇଥିବେ ନିଶ୍ଚିତ’ । ସବୁ ଠିକ ଅଛି ଯେ, ହେଲେ ଏସବୁ ଭିତରେ ଗତ କିଛିଦିନ ହେବ ଟ୍ରମ୍ପ ଓ ନେତାନ୍ୟାହୁ କଥାବାର୍ତ୍ତା ହେବା କିମ୍ବା ଟ୍ରମ୍ପଙ୍କ ମୁହଁରୁ ନେତାନ୍ୟାହୁ କିମ୍ବା ନେତାନ୍ୟାହୁଙ୍କ ମୁହଁରୁ ଟ୍ରମ୍ପ… ଶୁଣିବାକୁ ମିଳୁନି । ଟ୍ରମ୍ପ କିନ୍ତୁ ଯୁଦ୍ଧକୁ ନେଇ ଦୈନିକ କିଛି ନା କିଛି ଗଣମାଧ୍ୟମରେ କହୁଛନ୍ତି । ହେଲେ ନେତାନ୍ୟାହୁ ! କେବଳ ଏକ୍ସ ହାଣ୍ଡଲରେ…
() କୌଣସି ଗଣମାଧ୍ୟମ ନେତାନ୍ୟାହୁ ଏବଂ ମୁଜତାବା ଖାମିନେଇଙ୍କ ପ୍ରସଙ୍ଗରେ ସଠିକ ତଥ୍ୟ ଦେଇପାରୁ ନାହାଁନ୍ତି । ଅଲ୍ଲୀ ଲାରିଜେନିଙ୍କ ବାବଦରେ ମଧ୍ୟ ଦେଇପାରୁ ନଥିଲେ । ଇରାନ, ସରକାରୀ ସ୍ତରରେ ସୂଚନା ଦେବା ପରେ ଆମେ ଜାଣିଲେ । କିନ୍ତୁ ନେତାନ୍ୟାହୁ ଓ ଜୁନିଅର ଖାମିନେଇଙ୍କ ପ୍ରସଙ୍ଗରେ ଏବେ ବି ସମସ୍ତେ କିଳା ତଳେ ବୁନ୍ଦା ବା ବିସ୍ମୟ ସୂଚକ ଚିହ୍ନର ଭରସା ନେଉଛନ୍ତି । ଭାବିଲେ ଦେଖି, ଆଜିର ଅତ୍ୟାଧୁନିକ ସୂଚନା ପ୍ରଯୁକ୍ତି ଯୁଗରେ, ବିସ୍ମୟ ସୂଚକ ଚିହ୍ନର ବହୁଳ ବ୍ୟବହାର, ସନ୍ଦେହ ସୃଷ୍ଟି କରୁନି ! ଆମର ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁନି ! ଯେଉଁ Technologyକୁ ଆମେ ମାଟିରୁ ମହାକାଶକୁ ପଠାଇ ସାରିଛେ… ପୁଣି ଏବେ AI ଜମାନାରେ ପହଞ୍ଚି ସାରିଛେ… ସେଇ Technology ଭସ୍ମାସୁର ହୋଇ ଆମକୁ ଭସ୍ମ କରିଦେବାକୁ ବସିନି ତ ! AI ଆମକୁ ସତଠାରୁ ଦୂରେଇ ଏବଂ ସତକୁ ଆମଠାରୁ ଲୁଚାଇ ରଖୁନି ତ !…
() ଆମେ ବା ଏତେ ବୁଝିପାରିବା କେମିତି ! କାରଣ Technology ପଛରେ ପଡ଼ି ପଡ଼ି ଆମ୍ଭେମାନେ, ଆମ ମସ୍ତିଷ୍କର Dopamineକୁ ଏତେ ମାତ୍ରାରେ Decrease କରାଇ ଦେଇଛେ ଯେ, ଧୀରେ ଧୀରେ, ଆମ୍ଭେମାନେ ବି… ସତ-ମିଛ, ଠିକ-ଭୁଲ, ଭଲ-ମନ୍ଦ ବୁଝୁନେ, କି ବୁଝିପାରୁନେ, କିମ୍ବା ବୁଝିବାକୁ ଚେଷ୍ଟା କରୁନେ ! ନଚେତ୍ Largest Networkର ବାଜା ବଜାଇ ଏବେର ଗଣମାଧ୍ୟମ, ଗଣ ବା ଲୋକଙ୍କ ନାଁ ନେଇ ଏତେ ପ୍ରହସନ କରୁ ନଥାନ୍ତା । ଏଇଠି ଗୋଟେ କଥା ଆମ୍ଭମାନଙ୍କୁ ସ୍ବୀକାର କରିବାକୁ ପଡ଼ିବ ଯେ, ଯେତେବେଳେ Press, Powerର ଅତି ପାଖକୁ ଚାଲିଯାଏ ଏବଂ ପୋଲିସ୍ Powerର Pressuerରେ Powerful ହୋଇଯାଏ… ସେତେବେଳେ Public Powerless ହୋଇଯାଆନ୍ତି… ଆଉ ସେତେବେଳେ ଦୁନିଆରେ ଅଭ୍ୟୁଦୟ ହୁଏ ଏକଛତ୍ରବାଦର । …
