ETBUREAU: ଇରାନ ସହ ଇସ୍ରାଏଲ ଓ ଆମେରିକାର ଯୁଦ୍ଧରୁ କାହାକୁ ମିଳିଲା କେତେ ଫାଇଦା ? ଆମେରିକାକୁ ମିଳିଲା କଣ ? ବିଶ୍ୱକୁ ମିଳିଲା କଣ ? ଆଗକୁ ଆଉ କଣ ଅଧିକା ମିଳିବାକୁ ଯାଉଛି ! ସାମରିକ ସ୍ତରରେ କାହାକୁ କଣ ମିଳିଲା ? କାହାର କେତେ ଦମ ! ବୁଝିବା ଲୋକେ ବୁଝି ପାରିଛନ୍ତି, ଦେଖିବା ଲୋକେ ଠିକ ଦେଖି ପାରିଛନ୍ତି । ତେଣୁ ଏହା ଉପରେ ବିଶେଷ ଅନୁଶୀଳନ କରିବା ବୃଥା ହେବ । ଆର୍ଥିକ ସ୍ତରରେ କାହାକୁ ଫାଇଦା ଦେଲା ଏ ଯୁଦ୍ଧ !…
(୨) ଆମେରିକା ଯେତେବେଳେ ବି ଅନ୍ୟ ଦେଶ ଉପରେ ଆକ୍ରମଣ କରିଛି, ତା ପଛରେ ରହିଛି ଦୁଇଟି ପ୍ରମୁଖ କାରଣ । କେତେବେଳେ ଡଲାରର ସ୍ଥିତି ସମ୍ଭାଳିବାକୁ ହେଉ ତ ଆଉ କେତେବେଳେ ତୈଳ ପାଇଁ । ଇରାନ ଉପରେ ଏଥରର ଆକ୍ରମଣ ମଧ୍ୟ ଠିକ ସେହି ଭିତିରିଆ ଉଦ୍ଦେଶ୍ୟ ନେଇ ହୋଇଛି । ଇରାନର ଆଣବିକ ଶକ୍ତି କେବଳ ଏକ ବାହାନା ମାତ୍ର । ସେପଟେ ଏପିଷ୍ଟିନ୍ ଫାଇଲ ଉପରୁ ବିଶ୍ବ ସମୁଦାୟର ଧ୍ୟାନ ହଟାଇବାକୁ, ରାଷ୍ଟ୍ରପତି ଟ୍ରମ୍ପ, ଆମେରିକାକୁ ଯୁଦ୍ଧକ୍ଷେତ୍ରକୁ ଡିଆଁଇ ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।…
(୩) ଆମେରିକାର ଅର୍ଥନୀତି ପେଟ୍ରୋ ଡଲାର୍ ଆଧାରିତ । ସାଉଦି ଆରବ, କାତାର, କୁଏତ ଏବଂ ୟୁଏଇ ଆଦି ଦେଶ ସେମାନଙ୍କ ତେଲ ଡଲାରରେ ବିକିଥାନ୍ତି । ସବୁ ଦେଶ ପାଇଁ ତେଲ ଦରକାର । ତେଣୁ ଏଭଳି ସ୍ଥିତିରେ ତେଲ କିଣିବାକୁ ହେଲେ ପାଖରେ ଡଲାର୍ ଥିବା ଦରକାର, ଅର୍ଥାତ ଆମେରିକୀୟ ମୁଦ୍ରା ଥିବା ଦରକାର । ଏସବୁ ଦେଶ ଡଲାରରେ ତେଲ ବିକିବା ପରେ ସେମାନଙ୍କ ଲାଭାଂଶକୁ ଆମେରିକା Treasuryରେ ରଖିଥାନ୍ତି । ଏହାକୁ ସେମାନେ Bond କିମ୍ବା Debt ଆକାରରେ ରଖିଥାନ୍ତି । ଆମେରିକା ବଜାରରେ ମଧ୍ୟ ନିବେଶ କରିଥାନ୍ତି । ଯାହା ଆମେରିକାର ଅର୍ଥନୀତିକୁ ସୃଦୃଢ଼ କରିଥାଏ । କେବଳ ସୁଦୃଢ଼ କରି ନଥାଏ, ଆମେରିକା ଅର୍ଥନୀତି ହିଁ ଏସବୁ Gulf ଦେଶର ତୈଳ କାରବାର ଯୋଗୁଁ ହିଁ ଚାଲିଥାଏ ।…
(୪) ଏବେ ହେବ କଣ ! ଇରାନ ସହ ଯୁଦ୍ଧ ଯଦି ବୈଶ୍ବିକ ସ୍ଥିତିକୁ ବଦଳାଇ ଦିଏ ! ଡଲାରର Dominancy ସବୁଦିନ ପାଇଁ ବରବାଦ କରିଦିଏ… ତେବେ ଡଲାରର ସ୍ଥିତି କଣ ହେବ ! ଆମେରିକା ଅର୍ଥନୀତି କଣ ହେବ ! ହର୍ମୁଜ ଷ୍ଟ୍ରେଟ୍ ପାଇଁ ନୂଆ ସର୍ତ୍ତ ଜାରି କରିଛି ଇରାନ । ପ୍ରଥମେ ଚୀନର ମୁଦ୍ରା ୟୁଆନ ମାଧ୍ୟମରେ କାରବାର କରିବାକୁ ବିଭିନ୍ନ ଦେଶକୁ କହିଥିଲା । ଏବେ ଭାରତ ସମେତ କିଛି ଦେଶଙ୍କୁ ସେମାନଙ୍କ ନିଜ ନିଜ ମୁଦ୍ରାରେ ତେଲ କିଣିବାକୁ କହିଛି । ଭାରତ ଆଗରୁ ଇରାନଠାରୁ ଯେମିତି ଟଙ୍କାରେ ତେଲ କିଣୁଥିଲା, ଏବେ ଠିକ ସେମିତି କିଣିପାରିବ ବୋଲି ଇରାନ କହିଛି । ଯଦି Gulf ଦେଶରେ ଇରାନର ଦବଦବା କିମ୍ବା ଗୁରୁତ୍ୱ ବଢ଼େ କିମ୍ବା ଇରାନ Super Power ହୋଇଯାଏ, ତେବେ ଡଲାର୍ ତାର Dominancy ହରାଇବା ଏକ ପ୍ରକାର ନିଶ୍ଚିତ । କାରଣ ସାଉଦି ଆରବ, କାତାର, କୁଏତ ଏବଂ ୟୁଏଇ ଆଦି ଦେଶ ଇରାନ ସର୍ତ୍ତରେ ରାଜି ହୋଇପାରନ୍ତି । କାରଣ ଏମାନେ ମଧ୍ୟ ଡଲାର୍ ବଦଳରେ ଅନ୍ୟ କୌଣସି ମୁଦ୍ରାରେ କରନ୍ତୁ ବୋଲି ଇରାନ ଚାହୁଁଛି । ଯଦି ଏମିତି ହୁଏ, ତେବେ ପେଟ୍ରୋ ଡଲାର୍ ଆଧାରିତ ଆମେରିକାର ଅର୍ଥନୀତି ପ୍ରଭାବିତ ହେବା ନିଶ୍ଚିତ ।…
(୫) ଡଲାର୍ ବଦଳରେ ଅନ୍ୟ କୌଣସି ମୁଦ୍ରାରେ ତୈଳ କାରବାର ହେଲେ, ସିଧାସଳଖ ପ୍ରଭାବିତ ହେବ ଆମେରିକା Treasury । କେବଳ ତେଲ ପାଇଁ କାହିଁକି… ଆମେରିକାର ସାମରିକ ବେପାର ମଧ୍ୟ ହ୍ରାସ ପାଇବ । ଦକ୍ଷିଣ କୋରିଆ, ଜାପାନ ସମେତ କିଛି ନାଟୋ ଦେଶ କେବଳ ଯୁଦ୍ଧକୁ ଦେଖୁ ନାହାଁନ୍ତି, ସେମାନେ ଆମେରିକାର ତାକତ ଦେଖୁଛନ୍ତି । ଯଦି ଆମେରିକା, ଇରାନକୁ ନିୟନ୍ତ୍ରଣ କରିପାରୁନି, ତେବେ କିଭଳି ସେମାନଙ୍କୁ ଚୀନ ଏବଂ ଉତ୍ତର କୋରିଆ ଆଦି ଦେଶଠାରୁ ସୁରକ୍ଷା ଦେବ ! ତେଣୁ ଏଭଳି ସ୍ଥିତିରେ ଆମେରିକାର ସାମରିକ ତାକତ ଉପରୁ ଭରସା ହରାଇ ସେହି ଦେଶଗୁଡ଼ିକ, ନିଜର ସାମରିକ ତାକତ ବଢ଼ାଇବାରେ ଲାଗିବେ । ସେମାନେ ଆମେରିକାଠାରୁ କିଛି ଅସ୍ତ୍ରଶସ୍ତ୍ର କିଣିପାରନ୍ତି ସତ, କିନ୍ତୁ ଆମେରିକାର ସାମରିକ ଭିତ୍ତିଭୂମି ପାଇଁ ଆଉ ନିବେଶ କରି ନପାରନ୍ତି । ଏମିତି ହେଲେ ଆମେରିକାର ଅସ୍ତ୍ରଶସ୍ତ୍ର କାରବାର ପ୍ରଭାବିତ ହେବ, ଯାହା ସିଧା ସଳଖ ଅର୍ଥନୀତି ଉପରେ ପ୍ରଭାବ ପକାଇବ ।…
(୬) କେବଳ ତୈଳ, ଡଲାର କିମ୍ବା ଅସ୍ତ୍ରଶସ୍ତ୍ର ଦ୍ବାରା ଆମେରିକାର ଅର୍ଥନୀତି ପ୍ରଭାବିତ ହେବନି । ଏ ଯୁଦ୍ଧରେ ଦୁଇଟି ବଡ଼ ବଡ଼ Development ଦେଖିବାକୁ ମିଳିଛି । ଆମେରିକା ସପକ୍ଷରେ ବାହାରି ନାହାଁନ୍ତି ୟୁରୋପୀୟ ସଂଘ କିମ୍ବା କୌଣସି ନାଟୋ ଦେଶର ସଦସ୍ୟ । ତେଣୁ ଏସବୁ ଦେଶ, ପରିସ୍ଥିତି ଦେଖି ଆଗାମୀ ଦିନରେ ଆମେରିକା ସହ ବ୍ୟାବସାୟିକ କାରବାର ମଧ୍ୟ କମାଇ ଦେଇପାରନ୍ତି । ଠିକ ସେହି ପନ୍ଥା ଅନୁସରଣ କରିପାରନ୍ତି ଏସୀୟ ଦେଶଗୁଡ଼ିକ । ତେଣୁ ଏଠି ଆମେରିକାର ସାଧାରଣ ବ୍ୟାବସାୟିକ ବଜାର ସିଧାସଳଖ ପ୍ରଭାବିତ ହେବା ଆଶଙ୍କା ରହୁଛି । ଏସବୁ ଆକଳନ ଯଦି ଧୀରେ ଧୀରେ ବାସ୍ତବତା ଆଡ଼କୁ ଯାଏ, ତେବେ ଡଲାର୍ ଦୁର୍ବଳ ହେବା ନିଶ୍ଚିତ । ଏଭଳି ସ୍ଥିତିରେ ଡଲାରର ବିକଳ୍ପ ଚିନ୍ତା କରୁଥିବା BRICS ଦେଶ ସମୂହକୁ ମିଳିପାରେ ମୌକା । କାରଣ ଇରାନ ବି BRICSର ଏକ ସଦସ୍ୟ ରାଷ୍ଟ୍ର ।…
() ଇରାନର ଶସ୍ତା ସାମରିକ Technology ଆଗରେ ଆମେରିକାର ଅତି ଦାମୀ ସାମରିକ Technology ଫେଲ୍ । କାରଣ ଇରାନର ଗୋଟେ ଡ୍ରୋନର ଦାମ ଅତି ବେଶୀରେ ୨୦ ହଜାର ଡଲାର ହୋଇଥିବା ବେଳେ ସେସବୁକୁ ପ୍ରତିହତ କରିବାକୁ ଆମେରିକା ବ୍ୟବହାର କରୁଥିବା Interceptor ଦାମ ଅତି କମରେ ଶହେ ନିୟୂତ ଡଲାର୍ । ତେଣୁ ଏଭଳି ସ୍ଥିତିରେ ଆମେରିକା ଯଦି ପୁଣି ଯୁଦ୍ଧକ୍ଷେତ୍ରକୁ ଫେରେ, ତେବେ ତାକୁ ଆହୁରି ବ୍ୟାପକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ଏଭଳି ସ୍ଥିତିରେ ଆମେରିକା ଅର୍ଥନୀତି ଆହୁରି ଦୁର୍ବଳ ହେବ । ମନେ କରନ୍ତୁ, ହର୍ମୁଜ୍ ଷ୍ଟ୍ରେଟ ଓ ଖାର୍ଗ ଆଇଲାଣ୍ଡକୁ ନିଜ କବଜାକୁ ନେଇଗଲା ଆମେରିକା । ତେଣୁ ଆମେ କଣ ଭାବିବା କି ଏଇଠି ଆମେରିକା ଜିତିଗଲା ବୋଲି… ଏଭଳି ସ୍ଥିତିରେ ଆମେରିକା ଯୁଦ୍ଧରେ ବିଜୟୀ ହୋଇପାରେ, କିନ୍ତୁ ଆର୍ଥିକ ସ୍ତରରେ ହୋଇ ଯାଇଥିବ ଅନେକ ମାତ୍ରାରେ ଦୁର୍ବଳ । କାରଣ ଏହି ଦୁଇ Strategic Location ହାସଲ କଲା ବେଳକୁ ହୁଏତ, ଆମେରିକାର Treasury ଖାଲି ହୋଇଯାଇ ଥାଇପାରେ । ଇରାନ ସହ ଯୁଦ୍ଧରେ ଆମେରିକାର ଅନେକ ସୈନିକ ପ୍ରାଣ ହରାଇପାରନ୍ତି । ଏମିତି ହେଲେ ଦେଶ ଭିତରର ସ୍ଥିତି ସମ୍ଭାଳିବା ଟ୍ରମ୍ପଙ୍କ ପାଇଁ ବହୁତ କାଠିକର ହୋଇଯିବ । ସେପଟେ ସବୁ ଫାଇଦା ମାରିନେବ ଚୀନ । ଚୀନ ଯୁଦ୍ଧରେ ସାମିଲ ହୋଇ ନାହିଁ… ଯୁଦ୍ଧରେ ଚୀନ ଟଙ୍କାଟିଏ ବି ଖର୍ଚ୍ଚ କରୁନି… ଯୁଦ୍ଧରେ ସାମିଲ ହୋଇ ନଥିବାରୁ ଚୀନର ଜଣେ ବି ସୈନିକ ପ୍ରାଣ ହରାଇବାର ପ୍ରଶ୍ନ ଉଠୁନି… କିନ୍ତୁ ଚୀନର ଗୁରୁତ୍ବ ବଢୁଛି, ଆମେରିକୀୟ ମୁଦ୍ରା ଡଲାର ବିରୋଧରେ ୟୁଆନର ଗୁରୁତ୍ବ ବି ବଢୁଛି । ଯାହା ଯୁଦ୍ଧ ଆହୁରି ଜୋରଦାର ହେଲେ, ଆହୁରି ବଢ଼ିବାର ସମ୍ଭାବନା ରଖୁଛି । ଦରକାର ପଡ଼ିଲେ ଡଲାରର Dominancyକୁ ପ୍ରତିହତ କରି ଚୀନ ମୁଦ୍ରା ୟୁଆନ୍, Anchor Currencyର ସ୍ଥାନ ନେଇ ଯାଇପାରେ ।…
