ଅପରାଜେୟ ଇରାନ, ଧ୍ବସାଂଭିମୁଖୀ ଆମେରିକା…

ETBUREAU: ସବୁଠି ଯୁଦ୍ଧ… ଯୁଦ୍ଧ… ଆଉ ଯୁଦ୍ଧ । ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୪ ବର୍ଷରୁ ଅଧିକ ହୋଇଥିବା ବେଳେ ଏବେ ଚାଲିଛି ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ । ଇରାନ ସହ ଲେବାନନ ଓ ଗାଜା ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । କିନ୍ତୁ ଏ ଯୁଦ୍ଧ କାହିଁକି… ଇରାନ ସହ ଇସ୍ରାଏଲର କଣ ରହିଛି ଶତ୍ରୁତା… ଆମେରିକାର କାହିଁକି ଶତ୍ରୁତା… କାହିଁକି ଇସ୍ରାଏଲ କଥାରେ ପ୍ରତିଥର ଯୁଦ୍ଧକୁ ଡେଇଁ ପଡୁଛି ଆମେରିକା… କେମିତି ଆମେରିକା ଭଳି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶକୁ ଅନ୍ୟ ଦେଶ ବିରୋଧରେ ଯୁଦ୍ଧ କରିବାକୁ ମନାଇ ପାରୁଛି ଇସ୍ରାଏଲ… ଇରାନ ଯଦି ଇସ୍ରାଏଲ ଓ ଆମେରିକା ପାଇଁ ଶତ୍ରୁ ନୁହେଁ, ତେବେ କାହା ପାଇଁ ସେ ବିପଦ… ନେତାନ୍ୟାହୁଙ୍କ ଦି ଗ୍ରେଟ୍ ଇସ୍ରାଏଲ କିମ୍ବା ଟ୍ରମ୍ପଙ୍କ ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ସ୍ବପ୍ନରେ ଇରାନ ବାଧକ କି… ନା ଇରାନକୁ ନିଶାନା କରି ଆମେରିକାକୁ ସୁଟ୍ କରିବାକୁ ଚାହୁଁଛି ଇସ୍ରାଏଲ୍ !…

() ଆମେରିକାର ରାଜନୀତି, ଅର୍ଥନୀତି ଓ ସରକାର… ସବୁ କିଛି ପଛରେ ରହିଛି ଷ୍ଟ୍ରଙ୍ଗ ଇହୁଦୀ ଲବି । ଆମେରିକା ଜନସଂଖ୍ୟାର ୫୫ ପ୍ରତିଶତ ଇହୁଦୀ । ଯେତେ ବଡ଼ ବଡ଼ କମ୍ପାନି ସେଥିରୁ ୯୯ ପ୍ରତିଶତର ମାଲିକ ଇହୁଦୀ । ଇସ୍ରାଏଲ ଇହୁଦୀମାନଙ୍କ ଦେଶ । ବିଶ୍ବର ଯେ କୌଣସି ସ୍ଥାନରେ ଥିବା ଇହୁଦୀଙ୍କୁ, ଇସ୍ରାଏଲ ତାର ନାଗରିକ ବୋଲି କହିଥାଏ । ଆଉ ସେହି ଇହୁଦୀମାନେ ମଧ୍ୟ ଇସ୍ରାଏଲକୁ ସେମାନଙ୍କ ମାତୃଭୂମି ବୋଲି କହିଥାନ୍ତି । ଯାହା ଏକ ପ୍ରକାର ସ୍ପଷ୍ଟ କରି ଦେଉଛି ଯେ, କାହିଁକି ଇସ୍ରାଏଲ କଥାରେ ମୂଳରୁ ଉଠ-ବସ ହୋଇ ଆସୁଛି ଆମେରିକା । ଯାହା ଏଥର ଟ୍ରମ୍ପ କରିଛନ୍ତି । ସେ ଡେମୋକ୍ରାଟ ସରକାର ହେଉ ବା ରିପବ୍ଲିକାନ ସରକାର, ଆମେରିକାର ପ୍ରତିଟି ସରକାର ପଛରେ ରହି ଆସିଛି ଇହୁଦୀ ଲବି । ଇହୁଦୀମାନେ ହିଁ ନିଜ ସ୍ବାର୍ଥକୁ ନଜରରେ ରଖି, କେତେବେଳେ ରିପବ୍ଲିକାନ ତ କେତେବେଳେ ଡେମୋକ୍ରାଟ ସରକାର ଗଠନରେ ପ୍ରମୁଖ ନିଭାଇ ଆସୁଛନ୍ତି । ଆମେରିକାର ପ୍ରତିଟି ନିର୍ବାଚନ ପଛରେ ରହିଛି ଇହୁଦୀମାନଙ୍କର ବହୁତ ବଡ଼ ଫଣ୍ଡିଂ ।…

() ଇରାନ ଓ ଇସ୍ରାଏଲ ପରସ୍ପରର ପଡ଼ୋଶୀ ନୁହଁନ୍ତି । କାହାର ସୀମା କାହା ସହ ଲାଗିନି । ତଥାପି ଇରାନକୁ ଇସ୍ରାଏଲ ପରମ ଶତ୍ରୁ ବୋଲି ଧରି ନେଇଛି । ଇରାନର ମଧ୍ୟପ୍ରାଚ୍ୟ କିମ୍ବା ଆରବ ଦେଶ ଉପରେ ନିୟନ୍ତ୍ରଣ ନାହିଁ । କଟକଣାରେ ପେଷି ହୋଇ ଚୁପଚାପ ବସିଛି ୭ ହଜାର ବର୍ଷର ଏହି ସଭ୍ୟତା । ଏଭଳି ସ୍ଥିତିରେ ଇରାନ, କେମିତି ଇସ୍ରାଏଲର ପରମ ଶତ୍ରୁ ହେଲା ? ଏସବୁ ଦେଶ ଉପରେ ତ ଆମେରିକାର ନିୟନ୍ତ୍ରଣ ରହିଛି । ତେଣୁ ଏଭଳି ସ୍ଥିତିରେ ଆମେରିକା ବିରୋଧରେ ଇସ୍ରାଏଲ ବଡ଼ ଚାଲ କରିନି ତ ! ଇହୁଦୀ ଲବି ସାରା ବିଶ୍ବକୁ ହାତମୁଠାରେ ରଖିବାକୁ ଏହା ସୁଚିନ୍ତିତ, ସୁଦୀର୍ଘ ଷଡ଼ଯନ୍ତ୍ର ନୁହେଁ ତ ! ଦେଖିବାକୁ ଗଲେ, ଆମେରିକାକୁ ଦବାଇଲେ ହିଁ, ନେତାନ୍ୟାହୁଙ୍କ The Great Israel ସ୍ବପ୍ନ ସାକାର ହେବ । ଏବେ ଇସ୍ରାଏଲ କଥାରେ ଇରାନ ଉପରେ ଆମେରିକା ଏହାର ଜ୍ବଳନ୍ତ ଉଦ୍ଦାହରଣ । ନେତାନ୍ୟାହୁଙ୍କ କଥାରେ ଟ୍ରମ୍ପ, ଆମେରିକାକୁ ଏମିତି ଫସାଇ ଦେଇଛନ୍ତି ଯେ, ବାହାରିବାକୁ ବାଟ ପାଉ ନାହାଁନ୍ତି । ଅଯଥାରେ ଆମେରିକାର ପ୍ରବଳ ଟଙ୍କା ଖର୍ଚ୍ଚ ହେଲାଣି… ଯୁଦ୍ଧ ଲାଗିଲେ, ଆହୁରି ଖର୍ଚ୍ଚ ହେବ । ଏପଟେ ଦେଶ ଭିତରେ ଟ୍ରମ୍ପଙ୍କ ବିରୋଧରେ ଅସନ୍ତୋଷ ତୀବ୍ର ହେଲାଣି… ଯାହା ଆମେରିକାର ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ଆଦୌ ଭଲ ନୁହେଁ ।…

() ଆମେରିକା ଆର୍ଥିକ ସ୍ତରରେ ଦୁର୍ବଳ ହେଲେ ହିଁ, ଇସ୍ରାଏଲ ତାକୁ କବଜା କରିପାରିବ । ଯାହା ଇହୁଦୀମାନଙ୍କର ଗୋଟେ Long Term Strategy । ତେବେ କାହିଁକି ଇସ୍ରାଏଲର ଇରାନକୁ ନିଶାନା ? ମଧ୍ୟପ୍ରାଚ୍ୟରେ ରହିଛି ବିଶ୍ବର ଏକ ପଞ୍ଚମାଂଶ ତୈଳ । ସେସବୁ ଦେଶ ମଧ୍ୟରୁ ଇରାନ ପାଖରେ ରହିଛି ସର୍ବାଧିକ । ପୁଣି ବିଶ୍ବର ଅଧିକାଂଶ ଦେଶକୁ ତୈଳ ରପ୍ତାନୀ କରିବାକୁ ଭଲ Strategic Locationରେ ରହିଛି ଏହି ଦେଶ । ଆମେରିକାକୁ ଛାଡ଼ିଦେଲେ ବିଶ୍ବର ପ୍ରମୁଖ ୩ ଦେଶ- ଚୀନ, ରୁଷିଆ ଏବଂ ଭାରତ, ଜଳପଥରେ ଇରାନ ପାଇଁ Easy Access । ତେଣୁ ଏଇଠି ଇରାନ, ଇସ୍ରାଏଲ ପାଇଁ The Great Israel ହେବାରେ ବାଧକ ହେଉଛି ।…

() ଆମେରିକା ଯଦି ଇରାନ ସହ ଲଢ଼ି ଆର୍ଥିକ ସ୍ତରରୁ ଦୁର୍ବଳ ହୋଇଯାଏ… ତାର ସାମରିକ ଶକ୍ତି ଓ ସାମର୍ଥ୍ୟ ଯଦି ଅତି ଦୁର୍ବଳ ସ୍ତରକୁ ଚାଲିଯାଏ… ତେବେ ପଇସାବାଲା ଇହୁଦୀଙ୍କ ପାଖରେ ସବୁକିଛି ସମ୍ଭବ ହୋଇଯିବ । ବିଶ୍ବକୁ କିଣିବାକୁ ଇସ୍ରାଏଲକୁ ଗୋଟିଏ ମୁହୁର୍ତ୍ତ ଲାଗିବନି । କାରଣ ଇହୁଦୀଙ୍କ ପାଖରେ ରହିଛି ସାରା ବିଶ୍ବର ଡାଟା । ସବୁ ବଡ଼ ବଡ଼ ଆଇଟି କମ୍ପାନିର ମାଲିକ ହେଉଛନ୍ତି ଇହୁଦୀ । ଆମେରିକା ବିଶ୍ବର ସବୁ ପ୍ରମୁଖ କ୍ଷେତ୍ରକୁ ନିଜ କବଜାରେ ରଖିଛି, ଯାହାକୁ ଗୋଟେ ଚୁଟକିରେ ନେଇଯିବ ଇସ୍ରାଏଲ ।…

() ଯଦି ଇରାନ ପାଖରୁ ଆମେରିକା ହାରିଯାଏ… ଇସ୍ରାଏଲ କଣ ଇରାନ ବିରୋଧରେ ଜିତି ପାରିବ ! ଇରାନର ସଭ୍ୟତା ୭ ହଜାର ବର୍ଷର । ଇତିହାସ କହୁଛି ଇରାନ ଉପରେ ଯିଏ ଆକ୍ରମଣ କରିଛି, ତାର ସାମ୍ରାଜ୍ୟ ଧ୍ବଂସ ହୋଇଯାଇଛି । ଖ୍ରୀଷ୍ଟପୂର୍ବ ୩୩୦ରେ ଆଲେକଜାଣ୍ଡାର ଏବେର ଇରାନ ବା ସେତେବେଳର ପର୍ସିଆ ଉପରେ କରିଥିଲେ ଆକ୍ରମଣ । ଇରାନକୁ କିଛି ମାତ୍ରାର Technically ଅକ୍ତିଆରକୁ ନେଇଥିଲେ ସେ । ହେଲେ ମାତ୍ର ୩୨ ବର୍ଷ ବୟସରେ ଯେତେବେଳେ ଆଲେକଜାଣ୍ଡାରଙ୍କର ମୃତ୍ୟୁ ହେଲା ସଙ୍ଗେ ସଙ୍ଗେ ତାଙ୍କ ସାମ୍ରାଜ୍ୟ ଧ୍ବଂସ ହୋଇଗଲା । ଆଉ ମଧ୍ୟପ୍ରାଚ୍ୟ ଆସି ଯାଇଥିଲା ପର୍ସିଆ କବଜାକୁ । ଆଲେକଜାଣ୍ଡାରଙ୍କ ପରେ ରୋମ୍, ଇରାନ ଉପରେ କରିଥିଲା ଆକ୍ରମଣ । ରୋମ୍ ସେତେବେଳେ ସାମରିକ ଦୃଷ୍ଟିକୋଣରୁ ବିଶ୍ବରେ ସବୁଠାରୁ ଶକ୍ତିଶାଳୀ ଥିଲା । ୩ ଶହ ବର୍ଷ ପର୍ସିଆ ବା ଇରାନ ଉପରେ ଆକ୍ରମଣ କରିଥିଲା ରୋମ୍ । ରୋମ ସମ୍ରାଟ ଜୁଲିଅସ୍ ସିଜର୍ ପର୍ସିଆରେ ହିଁ ହତ୍ୟାର ଶିକାର ହୋଇଥିଲେ ଆଉ ଖ୍ରୀଷ୍ଟପୂର୍ବ ୫୩ରେ ହାରି ଯାଇଥିଲା ରୋମ… ଖଣ୍ଡବିଖଣ୍ଡିତ ହୋଇ ଯାଇଥିଲା । ଖ୍ରୀଷ୍ଟାବ୍ଦ ୩୬୩ରେ ସମ୍ରାଟ ଜୁଲିଏନ, ଇରାନ ଉପରେ କରିଥିଲେ ଆକ୍ରମଣ । ପାର୍ସିଆ ବା ଇରାନ ମାଟିରେ ହିଁ ତାଙ୍କର ହତ୍ୟା ହୋଇଥିଲା । ସପ୍ତଦଶ ଖ୍ରୀଷ୍ଟାବ୍ଦରେ ଆରବମାନେ ପର୍ସିଆ ବା ଇରାନ ଉପରେ କରିଥିଲେ ଆକ୍ରମଣ । କିନ୍ତୁ ପାରି ନଥିଲେ । ବରଂ ସେବେଠାରୁ ଇରାନରେ ଇସଲାମ ପାଇଥିଲା ପ୍ରାଧାନ୍ୟ । ତ୍ରୟୋଦଶ ଶତାବ୍ଦୀରେ ମଙ୍ଗୋଲିଆମାନେ ଇରାନ ଉପରେ କରିଥିଲେ ଆକ୍ରମଣ । ସେତେବେଳେ ମଙ୍ଗୋଲିଆର ସାମରିକ ତାକତ ସାରା ବିଶ୍ବରେ ବହୁତ ଖତରନାକ ଥିଲା । ଅନେକ ମାତ୍ରାରେ ପର୍ସିଆକୁ ଅକ୍ତିଆର କରିଥିଲା ମଙ୍ଗୋଲିଆ । କିନ୍ତୁ ପରେ ସେମାନେ ପାର୍ସି ବା ଇରାନୀ ହୋଇ ଯାଇଛନ୍ତି । ଅର୍ଥାତ ମଙ୍ଗୋଲିଆକୁ ନିଜ ସହ ମିଶାଇ ଦେଲା ପର୍ସିଆ ବା ଇରାନ । ବିଂଶ ଶତାବ୍ଦୀରେ ସୋଭିଏତ ସଂଘ ୨ ଥର ଇରାନ ଉପରେ କରିଛି ଆକ୍ରମଣ । ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ୨ ଥର ଉତ୍ତର ଇରାନକୁ କବଜାକୁ ନେବାକୁ ଚେଷ୍ଟା କରିଥିଲା ସୋଭିଏତ ସଂଘ । କିନ୍ତୁ ସଫଳ ହୋଇନି ।

() ଇତିହାସ କହୁଛି, ଇରାନକୁ ଯିଏ ବି ଅକ୍ତିଆର ବା ନିୟନ୍ତ୍ରଣ କରିବାକୁ କରିବାକୁ ଚେଷ୍ଟା କରିଛି, ସଫଳ ହୋଇନି । ବରଂ ଧ୍ବଂସ ହୋଇ ଯାଇଛନ୍ତି ବା  ଇରାନରେ ବିଲୀନ ହୋଇ ଯାଇଛନ୍ତି । କାରଣ ଇରାନ ଏକ ଦେଶ ସତ… କିନ୍ତୁ ଏହାର ରହିଛି ଏକ ପ୍ରାଚୀନ ମଜଭୁତ ସଭ୍ୟତା, ଏହା ଏକ Civilisational Force । ଯାହା ଏବେ ବି ଇରାନୀମାନଙ୍କ ରକ୍ତରେ ବହୁଛି । ଆଉ ଏବେ ଇରାନକୁ ରସାତଳଗାମୀ କରିବାକୁ ଯୁଦ୍ଧକ୍ଷେତ୍ରରେ ଇସ୍ରାଏଲ ଓ ଆମେରିକା । ଆମେରିକା ଏବେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ।…

() The Fate Of All Emperrors, ବ୍ରିଟିସ୍ ଐତିହାସିକ ଜନ୍ ଗ୍ଲବଙ୍କ ଏହି ପୁସ୍ତକ ହିଁ, ଅନେକ କିଛି ସ୍ପଷ୍ଟ କରି ଦେଉଛି । ବିଶ୍ବର ବିଭିନ୍ନ ସାମ୍ରାଜ୍ୟର ୩ ହଜାର ବର୍ଷର ଇତିହାସକୁ ଅନୁଧ୍ୟାନ ଏବଂ ଗବେଷଣା କରି ଏହି ବହି ଲେଖିଛନ୍ତି ଜନ୍ ଗ୍ଲବ । ସବୁ ସାମ୍ରାଜ୍ୟର ପତନ ସମାନ ଶୈଳୀରେ ହୋଇଛି । ନିଜ ନିଜ ସାମ୍ରାଜ୍ୟର ପତନ ପାଇଁ ସେହି ସମ୍ରାଟମାନେ ପ୍ରାୟ ସମାନ ପନ୍ଥା ଆପଣାଇଛନ୍ତି । ଯାହା ଏବେ ଆମେରିକା କରୁଛି । ଇତିହାସ କହୁଛି ଗୋଟେ ସାମ୍ରାଜ୍ୟର ଅବଧି ଅତିବେଶୀରେ ହାରାହାରି ଅଢ଼େଇ ଶହ ବର୍ଷ ରହିଛି । ୧୭୭୬ରେ ସ୍ବାଧୀନ ହୋଇଥିବା ଆମେରିକାକୁ ଏବେ ୨୪୯ ବର୍ଷ ହେଲାଣି । ଆମେରିକାର ସାମ୍ରାଜ୍ୟ ଏବେ ଧ୍ବଂସର ଦ୍ବାରଦେଶରେ । ଅତୀତର ସବୁ ସାମ୍ରାଜ୍ୟ ଭଳି ଆମେରିକା ମଧ୍ୟ ଧ୍ବଂସାଭିମୁଖୀ ଏବଂ ଧ୍ବଂସ ହେବା ପାଇଁ ସବୁ କିଛି ପଦ୍ଧତି ଓ ପଦକ୍ଷେପ Step by Step ଅନୁସରଣ କରି ଚାଲିଛି ।…

() ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ଆମେରିକା ହୋଇଛି ଶକ୍ତିଶାଳୀ । ଉଭୟ ସାମରିକ ଓ ଆର୍ଥିକ କ୍ଷେତ୍ରରେ ହୋଇଛି ବିଶ୍ବରେ ଏକ ନମ୍ବର । ଯାହା ଏବେ ଇତିହାସ ହୋଇଯିବାକୁ ବସିଛି । ସାମ୍ରାଜ୍ୟ ଧ୍ବଂସ ପାଇବାର ପ୍ରମୁଖ କାରଣ ହେଉଛି ଅର୍ଥ, ସାମରିକ ଶକ୍ତି ଏବଂ ଶକ୍ତି ବା ର ଏନର୍ଜି । ଯାହା ଏବେ ଆମେରିକାକୁ କରାଇଛି ଧ୍ବଂସାଭିମୁଖୀ ।….

Leave a Reply

Your email address will not be published. Required fields are marked *